Categories: ଖେଳ

ଛକାରେ ଗେଲ୍‌ଙ୍କ ରେକର୍ଡ

ନଟିଂହାମ୍‌, ୧।୬- ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ ଆଉ ଏକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ସେ ସର୍ବାଧିକ ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ୱକପ୍‌ରେ ସେ ମୋଟ ୨୭ଟି ମ୍ୟାଚ୍‌ ଖେଳି ୪୦ଟି ଛକା ମାରିଛନ୍ତି। ଶୁକ୍ରବାର ପାକିସ୍ତାନ ବିପକ୍ଷରେ ସେ ଦ୍ରୁତ ୫୦ ରନ କରିଥିଲେ। ଏଥିରେ ୬ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଏହିକ୍ରମରେ ସେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ଡିଭିଲର୍ସ ୨୩ଟି ମ୍ୟାଚ୍‌ ଖେଳି ୩୭ଟି ଛକା ମାରିଥିଲେ। ସେହିପରି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୪୬ଟି ମ୍ୟାଚ୍‌ ଖେଳି ୩୧ଟି ଛକା ମାରିବା ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ହର୍ଶେଲ ଗିବ୍ସ ୨୫ଟି ମ୍ୟାଚରୁ ୨୮ଟି ଛକା ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଶ୍ରୀଲଙ୍କା ପୂର୍ବତନ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା ଯଥାକ୍ରମେ ୪୫ ଓ ୩୮ଟି ମ୍ୟାଚ୍‌ରୁ ସମାନ ୨୭ଟି ଲେଖାଏ ଛକା ମାରି ଯୁଗ୍ମ ପଞ୍ଚମସ୍ଥାନରେ ରହିଛନ୍ତି।

Share