Categories: ଖେଳ

ଛକା ମାରି ଦ୍ୱିଶତକ ପୂରଣ କଲେ ମୟଙ୍କ

ଇନ୍ଦୋର,୧୫।୧୧- ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଛକା ଲଗାଇ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛନ୍ତି। ସେ ୨୦୪ ବଲର ସମ୍ମୁଖୀନ ହୋଇ ୨୦୨ ରନ୍‌ କରିଛନ୍ତି। ତାଙ୍କର ଏହି ଦ୍ୱିଶତକୀୟ ଇନିଂସରେ ୨୫ ଚୌକା ଓ ୫ ଛକା ସାମିଲ ଥିଲା। ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୯୮.୫ ଓଭରେ ମେହେଦି ହସନଙ୍କ ବଲକୁ ଛକା ଲଗାଇ ଏହି ସଫଳତା ପାଇଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ।  ସେ ଗତମାସ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ମଧ୍ୟ ଦ୍ୱିଶତକ କରିଥିଲେ। ଏ ନେଇ ବିସିସିଆଇ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛି।

Share