ଛଟ୍‌ ପୂଜା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩୦-୧୦(ବ୍ୟୁରୋ):ଛଟ୍‌ ପୂଜାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ହଟିୟା, ପାଟନା ଓ ଭାଗଲପୁରକୁ ସ୍ବତନ୍ତ୍ର ଭାବେ ଏହି ଟ୍ରେନ ଚଳାଚଳ କରିବ। ହଟିୟାକୁ ଚଳାଚଳ କରିବାକୁ ଥିବା ସ୍ବତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଟା ୩୦ରେ ଛାଡି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଦେଇ ଯାତ୍ରା କରିବ। ସେହିଭଳି ଗୁରୁବାର ସକାଳ ୯ଟାରେ ହଟିୟାଠାରୁ ପୁରୀ ଅଭିମୁଖେ ବାହାରିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୩ ଏସି-୩ ଟାୟାର, ୧୦ ସ୍ଲିପର କ୍ଲାସ, ୪ ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ରଖାଯାଇଛି। ଅନ୍ୟପକ୍ଷରେ ୦୮୪୨୩/୧୮୪୨୪ ପୁରୀ-ପାଟନା-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀରୁ ଅକ୍ଟୋବର ୨୬ ସକାଳ ୯ଟା ୨୫ରେ ଛାଡ଼ି ୨୭ ତାରିଖ ସକାଳ ୬ଟା ୧୫ରେ ପାଟନାରେ ପହଞ୍ଚତ୍ଥିବାବେଳେ ପୁଣି ନଭେମ୍ବର ୨ ଶନିବାର ସକାଳେ ସମାନ ସମୟରେ ଛାଡ଼ି ପରଦିନ ପହଞ୍ଚତ୍ବ। ସେହିଭଳି ପାଟନାରୁ ଅକ୍ଟୋବର ୨୭ ଓ ନଭେମ୍ବର ୩ ତାରିଖ ଅପରାହ୍ନ ୧ଟା ୪୫ରେ ଛାଡି ପୁରୀରେ ତା ପରଦିନ ସକାଳ ୯ଟା ୪୫ରେ ପହଞ୍ଚତ୍ବ। ୦୮୪୨୫/୧୮୪୨୬ ପୁରୀ-ଭାଗଲପୁର-ପୁରୀ ସ୍ବତନ୍ତ୍ର ଟ୍ରେନ ପୁରୀରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖ ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଛାଡି ଭାଗଲପୁରରେ ତା’ ପରଦିନ ସକାଳ ୭ଟାରେ ପହଞ୍ଚତ୍ବ। ଭାଗଲପୁରରୁ ଅକ୍ଟୋବର ୩୧ ଓ ନଭେମ୍ବର ୭ ସକାଳ ୮ଟା ୩୦ରେ ଛାଡି ପୁରୀରେ ତା’ ପରଦିନ ସକାଳ ୬ଟା ୪୫ରେ ପହଞ୍ଚତ୍ବ। ଏହି ଟ୍ରେନ ଦ୍ୱୟରେ ପ୍ରତ୍ୟେକ ୯ ସ୍ଲିପର କ୍ଲାସ, ୫ ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ୨ ଗାର୍ଡ ତଥା ଲଗେଜ ଭ୍ୟାନ ବ୍ୟବସ୍ଥା ରହିଛି। ପୁରୀ, ପାଟନ ଓ ଭାଗଲପୁର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନରେ ରହଣି କରିବ। ଯାତ୍ରୀମାନେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ଅନୁଯାୟୀ ବୁକିଂ କାଉଣ୍ଟର, ମୋବାଇଲ ଫୋନ୍‌ ଓ ଆଇଆର୍‌ସିଟିସି ୱେବ୍‌ସାଇଟରୁ ଟିକେଟ ବୁକ କରିପାରିବେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି।

Share