Categories: ଜାତୀୟ

ଛଟ୍‌ ପୂଜା ସମୟରେ ଅଘଟଣ: ମନ୍ଦିର ପ୍ରାଚୀର ଭୁଷୁଡି ୨ ମୃତ

ପାଟନା,୩।୧୧: ବିହାର ସମସ୍ତିପୁରର ହସନପୁରରେ ରବିବାର ଘଟିଛି ଏକ ଅଘଟଣ। ଏଠାରେ ଥିବା ଏକ ମନ୍ଦିରର ପ୍ରାଚୀର ଭୁଷୁଡି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମହିଳାମାନେ ଛଟ୍‌ ପୂଜା ପାଇଁ ବାଳ ସୂର୍ଯ୍ୟଙ୍କୁ ପୂଜା କରିବା ସମୟରେ ଘାଟ ନିକଟରେ ଥିବା ଏକ ମନ୍ଦିରର ପ୍ରାଚୀର ଭୁଷୁଡି ପଡିଥିଲା। ଏହାପରେ ସେଠାରେ ଥିବା ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିବା ଫଳରେ ୬ ଜଣ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଜେସିବି ମେଶିନ ଲଗାଇ ଭଗ୍ନାବଶେଷକୁ ସଫା କରିଥିଲା। ଏହାସହ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ମଧ୍ୟ ଛଟ୍‌ ପୂଜା ସମୟରେ ଔରଙ୍ଗାବାଦରେ ଦଳାଚକଟାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

Share