ଛଣମେରୀ ଆଦର୍ଶ ବିଦ୍ୟାଳୟ ବାସି ଖାଦ୍ୟଖାଇ ୮ ଛାତ୍ରୀ ଅସୁସ୍ଥ

ଦିଗପହଣ୍ଡି/ପାଟପୁର,୩୦ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୮ ଛାତ୍ରୀ ଖାଦ୍ୟ ଖାଇବା ପରେ ଗୁରୁବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚତ୍ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟ କର୍ମଚାରୀ ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା। ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଆସି ଅସୁସ୍ଥ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ। ପରେ ସେମାନେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ବାସିଖାଦ୍ୟ ଖାଇବା ପରେ ଏପରି ହୋଇଥିବା ଜଣାପଡିଛି। ଶୁକ୍ରବାର ସକାଳେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ବିଦ୍ୟାଳୟରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏ ନେଇ ଅଧ୍ୟକ୍ଷ ରଶ୍ମିରଞ୍ଜନ ବେଉରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମାଣବସା ଗୁରୁବାର ଥିବାରୁ ସମ୍ପୃକ୍ତ ଛାତ୍ରୀଙ୍କ ଘରଲୋକେ ହଷ୍ଟେଲକୁ ଆସି ଛାତ୍ରୀମାନଙ୍କୁ ପିଠା ଦେଇଥିଲେ। ଏହାକୁ ଖାଇବା ଦ୍ୱାରା ସେମାନେ ଦେହ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

Share