Posted inବରଗଡ଼

ଛତିଶଗଡ଼ରେ କରୋନା ରୋଗୀ ଓଡ଼ିଶାରେ ଶଟ୍‌ଡାଉନ୍‌

ସୋହେଲା, ୭।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୋଲା ପଞ୍ଚାୟତର ଦୁଆନପାଲି ଓ ଅଏଁଲାପାଲି ଗ୍ରାମକୁ ସରପଞ୍ଚ ଶନିବାର ଓ ରବିବାର ଦୁଇଦିନ ଧରି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, କରଣ୍ଡୋଲା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଦାମପାଲି ଗ୍ରାମ ନିକଟରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଡୁମେରପାଲି ଗ୍ରାମ ରହିଛି । ଡୁମେରପାଲି ଗ୍ରାମଠାରୁ ଓଡ଼ିଶାର ଦାମପାଲି ଗ୍ରାମ ମାତ୍ର ଶହେ ମିଟର ଦୂରତା । ଉଭୟ ଗ୍ରାମବାସୀ ଗୋଟିଏ ପୋଖରୀରେ ଗାଧୋଇଥାନ୍ତି। ଗତ ବୁଧବାର ଛତିଶଗଡ଼ ରାଜ୍ୟର ସୀମାନ୍ତ ଡୁମେରପାଲି ଗ୍ରାମରେ ଜଣେ ଯୁବକ ବାହାର ରାଜ୍ୟରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। କ୍ୱାରାଣ୍ଟାଇନ ଅବଧି ପୂରି ଯିବା ପରେ ସେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ବୁଧବାର ଦିନ ଦୁଆନପାଲି ଗ୍ରାମର ୱାର୍ଡ ମେମ୍ବର ଚମ୍ପାଦଳ ଭୁଏ କରଣ୍ଡୋଲ ସରପଞ୍ଚ ଲୋହିତା ସାହୁଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ସ୍ବାମୀ ମହିପାଲ ସାହୁ ଦାମପାଲି ଗ୍ରାମବାସୀ ଓ କରଣ୍ଡୋଲା ଗ୍ରାମର ୱାର୍ଡମେମ୍ବରଙ୍କୁ ନେଇ ସରପଞ୍ଚଙ୍କ ଉପସ୍ଥିତିରେ ଦାମପାଲି ଗାଁରେ ଏକ ସଭା କରାଯାଇଥିଲା। ସେଥିରେ ପ୍ରସ୍ତାବ ହୋଇଥିଲା ଯେ, ଛତିଶଗଡ଼ ରାଜ୍ୟକୁ କେହି ଯିବେ ନାହିଁ କି ଛତିଶଗଡ଼ ରାଜ୍ୟର କାହାକୁ ଓଡ଼ିଶାକୁ ପ୍ରବେଶ କରି ଦିଆଯିବନାହିଁ। ଏପରି କି ଦାମପାଲି ଓ ଡୁମ୍ବେରପାଲି ଗ୍ରାମବାସୀ ବ୍ୟବହାର କରୁଥିବା ପୋଖରୀ ପାଣି କେହି ବ୍ୟବହାର କରିବେ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଓ ରବିବାର ସରପଞ୍ଚ ସାହୁ ଦୁଇ ଦିନଧରି ଅଏଁଲାପାଲି ଓ ଦୁଆନପାଲି ଗ୍ରାମକୁ
ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍‌...

କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିଠାରେ ନିର୍ମିତ କ୍ୟାନସର ହସ୍‌ପିଟାଲରେ ବହୁବିଧ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହି...

ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

ନିରାଶରେ ଘରକୁ ଫେରିଲେ ….

ଅତାବିରା,୧୬।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଚାଲିଥିବା କବାଡ଼ି ପ୍ରତିଯୋଗିତାରେ ଜଣେ ଛାତ୍ରୀ ସବ୍‌ବ୍ଲକସ୍ତରରେ ଉନ୍ନୀତ ହେବା ଏବଂ ଓଜନ...

ଝାଟିମାଟି କୁଡ଼ିଆର ପଲିଥିନ ତଳେ ଅସହାୟ ବୃଦ୍ଧା

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଉପାନ୍ତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଶନିବାର ସାମ୍ନାକୁ ଆସିଛି। ଗ୍ରାମର ଚତୁର୍ଭୁଜ ମହାନନ୍ଦ(୭୦)ଙ୍କ...

ନାରୀ ପାଇଁ ଆଜି ବି ଉପଯୁକ୍ତ ସମାଜ ନାହିଁ

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ମହିଳା ସମିତି ପକ୍ଷରୁ ସମିତିର ପ୍ରତିଷ୍ଠାତା ଜନସାଥୀ ସ୍ବର୍ଗତ ଲେଙ୍ଗୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ସମିତି...

ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବରାହଗୁଡ଼ାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ କିଟ୍‌, ଭୁବନେଶ୍ୱରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର୍‌-୨ ଆଥ୍‌ଲେଟିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri