Categories: ବରଗଡ଼

ଛତିଶଗଡ଼ରେ କରୋନା ରୋଗୀ ଓଡ଼ିଶାରେ ଶଟ୍‌ଡାଉନ୍‌

ସୋହେଲା, ୭।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କରଣ୍ଡୋଲା ପଞ୍ଚାୟତର ଦୁଆନପାଲି ଓ ଅଏଁଲାପାଲି ଗ୍ରାମକୁ ସରପଞ୍ଚ ଶନିବାର ଓ ରବିବାର ଦୁଇଦିନ ଧରି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ, କରଣ୍ଡୋଲା ପଞ୍ଚାୟତ ଅନ୍ତର୍ଗତ ସୀମାନ୍ତ ଦାମପାଲି ଗ୍ରାମ ନିକଟରେ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଡୁମେରପାଲି ଗ୍ରାମ ରହିଛି । ଡୁମେରପାଲି ଗ୍ରାମଠାରୁ ଓଡ଼ିଶାର ଦାମପାଲି ଗ୍ରାମ ମାତ୍ର ଶହେ ମିଟର ଦୂରତା । ଉଭୟ ଗ୍ରାମବାସୀ ଗୋଟିଏ ପୋଖରୀରେ ଗାଧୋଇଥାନ୍ତି। ଗତ ବୁଧବାର ଛତିଶଗଡ଼ ରାଜ୍ୟର ସୀମାନ୍ତ ଡୁମେରପାଲି ଗ୍ରାମରେ ଜଣେ ଯୁବକ ବାହାର ରାଜ୍ୟରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। କ୍ୱାରାଣ୍ଟାଇନ ଅବଧି ପୂରି ଯିବା ପରେ ସେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ବୁଧବାର ଦିନ ଦୁଆନପାଲି ଗ୍ରାମର ୱାର୍ଡ ମେମ୍ବର ଚମ୍ପାଦଳ ଭୁଏ କରଣ୍ଡୋଲ ସରପଞ୍ଚ ଲୋହିତା ସାହୁଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ସ୍ବାମୀ ମହିପାଲ ସାହୁ ଦାମପାଲି ଗ୍ରାମବାସୀ ଓ କରଣ୍ଡୋଲା ଗ୍ରାମର ୱାର୍ଡମେମ୍ବରଙ୍କୁ ନେଇ ସରପଞ୍ଚଙ୍କ ଉପସ୍ଥିତିରେ ଦାମପାଲି ଗାଁରେ ଏକ ସଭା କରାଯାଇଥିଲା। ସେଥିରେ ପ୍ରସ୍ତାବ ହୋଇଥିଲା ଯେ, ଛତିଶଗଡ଼ ରାଜ୍ୟକୁ କେହି ଯିବେ ନାହିଁ କି ଛତିଶଗଡ଼ ରାଜ୍ୟର କାହାକୁ ଓଡ଼ିଶାକୁ ପ୍ରବେଶ କରି ଦିଆଯିବନାହିଁ। ଏପରି କି ଦାମପାଲି ଓ ଡୁମ୍ବେରପାଲି ଗ୍ରାମବାସୀ ବ୍ୟବହାର କରୁଥିବା ପୋଖରୀ ପାଣି କେହି ବ୍ୟବହାର କରିବେ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଓ ରବିବାର ସରପଞ୍ଚ ସାହୁ ଦୁଇ ଦିନଧରି ଅଏଁଲାପାଲି ଓ ଦୁଆନପାଲି ଗ୍ରାମକୁ
ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।