Categories: ଜାତୀୟ

ଛତିଶଗଡ଼ରେ ବିକ୍ରି ହେବ ନାହିଁ ଷ୍ଟିକର ଲାଗିଥିବା ଫଳ

ରାୟପୁର,୧୯।୧୦: ଫଳରେ ଷ୍ଟିକର ଲାଗିଥିଲେ ତାହା ବିକ୍ରି ହୋଇପାରିବ ନାହିଁ। ଏମିତି ଫଳ ଉପରେ ଛତିଶଗଡ଼ ସରକାର ଶୁକ୍ରବାର ନିଷେଧାଜ୍ଞା ଜାରି କରିଛନ୍ତି। ଏଥିପାଇଁ ସମସ୍ତ ଫଳ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ସତର୍କ କରି ଦିଆଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯଦି ଏହି ଷ୍ଟିକର ଲଗା ଫଳ କେଉଁଠି ବିକ୍ରି ହେଉଥିବା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ବ୍ୟବସାୟୀଙ୍କୁ ଜେଲ ସହ ଜରିମାନ ବ୍ୟବସ୍ଥା ମଧ୍ୟ ରହିଥିବା ସୂଚନା ମିଳିଛି।

Share