Categories: ଜାତୀୟ

ଛତିଶଗଡ଼ ଏନ୍‌କାଉଣ୍ଟର: ଜଣେ ସବ୍‌ ଇନ୍ସପେକ୍ଟର ଶହୀଦ, ୪ ମାଓବାଦୀ ମୃତ

ରାଜନନ୍ଦଗାଁ,୯।୫: ଛତିଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ରାଜନନ୍ଦଗାଁ ଜିଲାରେ ଶନିବାର ସୁରକ୍ଷା କର୍ମୀ ଓ ମାଓମାବଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର ଶହୀଦ ହେବା ସହ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ନିକଟରୁ ଏକେ ୪୭ ରାଇଫଲ୍‌, ୧ ଏସ୍‌ଏଲ୍‌ଆର୍‌ ଅସ୍ତ୍ର, ୨ଟି ୩୧୫ ବୋର ରାଇଫଲ୍‌ ଜବତ କରାଯାଇଥିବା କହିଛନ୍ତି ରାଜନନ୍ଦଗାଁ ଏଏସ୍‌ପି ଜିଏନ୍‌ ବାଘେଲ। ମୃତ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଥିବା କୁହାଯାଉଛି।

Share