ଛତିଶଗଡ଼, ଓଡ଼ିଶା ସୀମାନ୍ତରେ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ

ଭବାନୀପାଟଣା,୪।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଜାତୀୟ ନିରାପତ୍ତା ପରାର୍ମଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ ଏବଂ ଓଡ଼ିଶାର ସୀମାନ୍ତରେ ସୁରକ୍ଷାକୁ ନେଇ ଏହି ବୈଠକ ହୋଇଥିବା ସୂଚନା ମିଳିଛି। ତେବେ ଏହିଥିରେ ବିଶେଷ ଭାବେ ମାଓବାଦୀ ରଣନୀତି ପାଇଁ ଉଭୟ ରାଜ୍ୟର ମିଳିତ ଆପରେଶନ ଓ ସୀମାନ୍ତରେ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟରେ ସୁରକ୍ଷା ବିଷୟ ଆଲୋଚନା ହୋଇଛି । ବୈଠକରେ ଛତିଶଗଡ଼ର ଗରିଆବନ୍ଧ, ଧନ୍ବନ୍ତରୀ, ମହାସମୁନ୍ଧ ଜିଲାର ଏସ୍‌ପି ତଥା କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ାର ଆରକ୍ଷୀ ଅଧୀକ୍ଷକଙ୍କ ସହ ସିଆର୍‌ପିଏଫ ଏବଂ ବିଏସ୍‌ଫ କମାଡେଣ୍ଟ ମଧ୍ୟ ସାମିଲ ହୋଇଛନ୍ତି ।

Share