ନୂଆଦିଲ୍ଲୀ,୨୮।୬: ଗୋଟିଏ ପଟେ କଂଗ୍ରେସର ସ୍ଥିତି ସାରା ଦେଶରେ ବିଗିଡି ଯାଇଥିବା ବେଳେ ଶୁକ୍ରବାର ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ମୋହନ ମାର୍କମ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାର୍କମଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଏଠାରେ ମୋଟ ୧୧ଟିରୁ ୨ଟି ଆସନରେ ବିଜୟ ଲାଭ କରିଥିଲା। ତେଣୁ ଆଗାମୀ ଦିନରେ ଏଠାରେ ଦଳର ସ୍ଥିତି ସୁଦୃଢ କରିବାକୁ ଚେଷ୍ଟା ଚାଲିଛି।