ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ (କୋଠଭୋଗ ନୁହେଁ)। ଅଳ୍ପ କେତେଜଣ ସୁଆର ସେବକ ଏଭଳି ଲାଭଖୋର ମନୋବୃତ୍ତି ରଖି ହିତାହିତ ଭୁଲିଯାଉଛନ୍ତି। ଭକ୍ତଙ୍କ ଭାବନା ସହିତ ଖେଳ ଖେଳୁଛନ୍ତି। ଜଣେ ସେବକ ଏଭଳି ଅଭିଯୋଗ କରିବା ପରେ ଏହାକୁ ନେଇ ବୁଧବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ଏହା ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ପାଇଁ ସମ୍ପୃକ୍ତ ସେବକ ଦାବି କରିଥିଲେ।
ଶ୍ରୀମନ୍ଦିର ରୋଷଘରେ ସୁଆର ସେବକମାନେ ଭୋଗ ପ୍ରସ୍ତୁତ କରିଥାନ୍ତି। ଏହି ଭୋଗ ଆନନ୍ଦ ବଜାରରେ ବିକ୍ରି କରାଯାଉଥିବାବେଳେ ଲୋକେ ମଧ୍ୟ ବରାଦି ଦେଇ ନେଇଥାନ୍ତି। ଶୁଦ୍ଧପୂତ ଭାବେ ଏହି ଭୋଗ ପ୍ରସ୍ତୁତ କରାଯିବାର ନିୟମ ରହିଛି। ଏଥିପାଇଁ ଆବଶ୍ୟକ ଡାଲି, ଚାଉଳ, ପନିପରିବା ଆଦିରେ ଶୁଦ୍ଧତା ରହିବା ବି ଅପରିହାର୍ଯ୍ୟ। ଏହିସବୁ ସାମଗ୍ରୀ ଯାଞ୍ଚ ପାଇଁ ମଧ୍ୟ ସ୍ବତନ୍ତ୍ର ସେବକ ରହିଛନ୍ତି। ଏହି ଭୋଗ କେବଳ କାଠଚୁଲାରେ ପ୍ରସ୍ତୁତ କରାଯାଏ, ତାହା ପୁଣି ସବୁ କାଠରେ ନୁହେଁ। କିନ୍ତୁ କିଛି ସୁଆର ସେବକ ଏ ସବୁକୁ ମାନୁନାହାନ୍ତି। ଅଧିକ ଲାଭ ଆଶାରେ ବେନିୟମ କାମ କରୁଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଭକ୍ତଙ୍କ ଯେଉଁ ଭାବନା ଓ ବିଶ୍ୱାସ ରହିଛି, ତାହାକୁ ସେମାନେ ସମ୍ପୂର୍ଣ୍ଣ ପାଶୋରି ଦେଉଛନ୍ତି। ପୂର୍ବରୁ ଚାଉଳର ମାନ ଓ ଡାଲ୍‌ଡା ବ୍ୟବହାର କରାଯାଉଥିବାରୁ ଏହାକୁ ନେଇ ଏକାଧିକ ଥର ଅଭିଯୋଗ ଉଠିଛି। କିନ୍ତୁ ସମ୍ପୂର୍ଣ୍ଣ ସୁଧାର ଆସିପାରି ନ ଥିବାବେଳେ ଏବେ ଭୋଗର ଜାଳେଣିକୁ ନେଇ ଉଠିଛି ପ୍ରଶ୍ନ। ବୁଧବାର ଛତିଶା ନିଯୋଗ ବୈଠକରେ ଜଣେ ସେବକ ଏହି ପ୍ରସଙ୍ଗ ଉଠାଇଥିଲେ। ବାହାର ଅପବିତ୍ର ସ୍ଥାନରୁ ଅଙ୍ଗାର ଆଣି ରୋଷଘରେ ପୂରାଯାଉଛି ବୋଲି ସେ କହିଥିଲେ। ଏହା ବେଆଇନ କାମ ବୋଲି ସେବକଙ୍କୁ କୁହାଗଲେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି। ବାହାରୁ ବସ୍ତା ବସ୍ତା ଅଙ୍ଗାର ଭିତରକୁ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ଜାଣିପାରୁ ନାହାନ୍ତି କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବକଙ୍କୁ କେତେଜଣ ଘେରିଥିଲେ। ଫଳରେ କିଛି ସମୟ ଧରି ହୋହଲ୍ଲା ହୋଇଥିଲା। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ କହିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଉପରେ ପ୍ରୋସିଡିଂ ବାହାରିବା ପରେ ଯାହା କିଛି ଜଣାପଡ଼ିବ।
ଶାସ୍ତ୍ରରେ ଉଲ୍ଲେଖ ରହିଛି, ଅବଢ଼ା କଣିକାଏ ପାଇଲେ ଜୀବ ମୁକ୍ତି ଲାଭ କରେ। ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ସକାଶେ ଚାହିଁ ରହିଥାନ୍ତି। ତେଣୁ ଏହି ଭୋଗ ପ୍ରସ୍ତୁତିରେ କୌଣସି ପ୍ରକାର ଅଶୁଦ୍ଧତା ରହିବା ଉଚିତ ନୁହେଁ। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ରହିଛି। ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଇଥାଏ। କୁହାଯାଇଛି ଭଗବାନଙ୍କୁ ନିନ୍ଦିଲେ ଚଳିବ, କିନ୍ତୁ ତାଙ୍କ କୈବଲ୍ୟକୁ ନିନ୍ଦା କରିବା ଉଚିତ ନୁହେଁ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି- ଶ୍ୱାନ ମୁହଁରୁ ଯଦି ମହାପ୍ରସାଦ ପଡ଼ିଯାଇଛି ତାକୁ ସ୍ବୟଂ ବ୍ରାହ୍ମଣ ମଧ୍ୟ ଗ୍ରହଣ କରିପାରିବେ। ତେଣୁ ମହାପ୍ରସାଦ ପ୍ରସ୍ତୁତି ଅତ୍ୟନ୍ତ ଶୁଦ୍ଧପୂତ ଭାବେ କରାଯିବା ଉଚିତ ବୋଲି ଶ୍ରଦ୍ଧାଳୁ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ...

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍‌ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ...

ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ...

ବିଲରେ ଗଜାହେଲା ପାଚିଲା ଧାନ

ପଟ୍ଟାମୁଣ୍ଡାଇ,୨୭ା୧୨ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ଟି ପାଟର ପାଚିଲା ଧାନ ଏବେ ପାଣିରେ ଲୋଟିଛି। ଲଗାଣବର୍ଷା ଉଜାଡ଼ି ଦେଇଛି ଭାତହାଣ୍ଡି। ବର୍ଷାରେ ଶହ ଶହ...

ଗାଡ଼ି ଶୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ଗାଡ଼ି

ବ୍ରହ୍ମପୁର,୨୭ା୧୨: ବ୍ରହ୍ମପୁରର ଏକ ଇଲେକ୍ଟ୍ରି ଗାଡ଼ି ଶୋ’ ରୁମ୍‌ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟାଉନ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍‌ରେ...

ଚାଷୀ ଆତ୍ମହତ୍ୟା ଘଟଣା: ମୃତଙ୍କ ପରିବାରଙ୍କୁ ଭେଟି ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର, ୨୭।୧୨(ସନ୍ତୋଷ ପାଢ଼ୀ): ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି କ୍ଷତି ହେବାରୁ ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ପଂଚାୟତ ବରଙ୍ଗ ଗ୍ରାମର...

ଅବସର ନେବାକୁ ଆହୁରି ଦୁଇ ବର୍ଷ ବାକିଥିଲା, ମାତ୍ର ଝୁଲିପଡ଼ିଲେ ଏଏସ୍‌ଆଇ

ତେନ୍ତୁଳିଖୁଣ୍ଟି,୨୭ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା...

ପୁଣି ଆସୁଛି ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri