ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା

ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ଯୋଗାଣ ନିମନ୍ତେ ମଧ୍ୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତିକୁ ସୂଚାରୁରୂପେ କରିବା ଲାଗି ବିଭିନ୍ନ ସେବାୟତ ନିଯୋଗଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାସ, ଉନ୍ନୟନ କର୍ତ୍ତୃପକ୍ଷ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଅଛନ୍ତି।

Share