ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍‌ ସମୟରେ ମିଳିବ ମହାପ୍ରସାଦ

ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି ଏହାର ପୁନରାବୃତ୍ତି ନ ହେବ ତାହା ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ଶ୍ରୀମନ୍ଦିରରେ ହବିଷିଆଳିମାନେ କିପରି ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ଏବଂ ଠିକ୍‌ ସମୟରେ ମହାପ୍ରସାଦ ସେବନ କରିବେ ତାହା ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯିବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Share