ଛତ୍ରପତି ଶିବାଜୀଙ୍କ ଜୀବନୀ ଉପରେ ଆଲୋଚନା

ସଜନାଗଡ଼, ୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଭାଜପା ପକ୍ଷରୁ ଗୁରୁବାର ନୀଳଗିରି ଭାଜପା କାର୍ଯ୍ୟାଳୟରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଛତ୍ରପତି ଶିବାଜୀଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଛି। ଏଥିରେ ଶିବାଜୀଙ୍କ ଜୀବନୀ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବାଜୀ ବିଦେଶୀଙ୍କ କବଳରେ ନିଜ ଜନ୍ମଭୂମିକୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ଥାନୀୟ ବିଧାୟକ ନାୟକ ସଭାପତିତ୍ୱ କରିଥିଲେ। ଗଙ୍ଗାଧର ମିଶ୍ର, ଭାଗବତ ଖିଲାର, ପ୍ରଦୀପ ଆଚାର୍ଯ୍ୟ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଏବଂ ରାଜୀବ ମହାପାତ୍ର ଦଳର ପ୍ରମୁଖ ଉପସ୍ଥିତ ଥିଲେ।