ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଶନିବାର ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେମାନଙ୍କ ସେବା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଆମ ନାଗରିକମାନଙ୍କୁ ଏହି ରୋଗରୁ ରକ୍ଷା କରିବା ଲାଗି ଅଧିକ ଉତ୍ସାହ ସହ କାମ କରିବୁ ବୋଲି ଏସ୍ପି କହିଛନ୍ତି। ଏଥିସହ ଏସ୍ପି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ପୋଲସରା ଥାନାର ଦୁଇଜଣ ହୋମଗାର୍ଡ ଏବଂ ଖଲ୍ଲିକୋଟ ଥାନା ଓ ହୁମା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଓଏସ୍ଏସ୍ଏଫ୍ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିଲେ।