ଛତ୍ରପୁର କଲେଜରେ ଛାତ୍ରୀଛାତ୍ରଙ୍କ ଧାରଣା

ଛତ୍ରପୁର,୧୩ା୯(ଡି.ଏନ.ଏ.)- ଛତ୍ରପୁର ସରକାରୀ ବିଜ୍ଞାନ କଲେଜର ଛାତ୍ରୀଛାତ୍ର ଓ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଧାରଣା ଦିଆଯାଇଥିଲା। ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ପରୀକ୍ଷାଗତ ତ୍ରୁଟି ସୁଧାରିବା, ଯୁକ୍ତ ୩ ପଢ଼ା ସରିବା ପରେ ମଧ୍ୟ ପ୍ରମାଣପତ୍ର ଠିକ୍‌ ସମୟରେ ପ୍ରଦାନ କରାଯାଉ ନ ଥିବା ନେଇ ଧାରଣା ଦିଆଯାଇଥିଲା। ପରେ ଅଧ୍ୟକ୍ଷାଙ୍କ ଜରିଆରେ ଛାତ୍ରୀଛାତ୍ରମାନେ ପରୀକ୍ଷା ପରିଚାଳକଙ୍କ ସହ କଥା ହୋଇଥିଲେ ା ୧୩ ତାରିଖରେ କୁଳପତିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ା ପୂର୍ବତନ ଛାତ୍ରସଂସଦ ସଭାପତି ଜ୍ଞାନ ରଞ୍ଜନ ସାହୁ, ତାପସ ରଞ୍ଜନ ରଥ, ଋତୁରାଜ ବେହେରା, ମହେଶ କୁମାର ଗୌଡ, ଅନ୍ତର୍ଯ୍ୟାମୀ ପ୍ରଧାନ, ସୁବ୍ରତ ଶତପଥୀ, ପି. ୟାମିନୀ, ଲକ୍ଷ୍ମୀ ନାହାକ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ।