Categories: ଗଞ୍ଜାମ

ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲା: ହାଜର ହେଲେନି ସୁରବାବା, ୧ରେ ଶୁଣାଣି

ଛତ୍ରପୁର,୨୬ା୯(ଡି.ଏନ.ଏ.)-ଛତ୍ରପୁର ତ୍ରାହି ଅଚ୍ୟୁତ ଆଶ୍ରମ ଜମି ବିବାଦ ମାମଲାରେ ବୁଧବାର ସ୍ଥାନୀୟ ଏସଡିଜେମ୍‌ କୋର୍ଟରେ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅଭିଯୁକ୍ତ ତଥା ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରେନ୍ଦ୍ରନାଥ ମିଶ୍ର (ସୁରବାବା) ହାଜର ନ ହେବା ଏବଂ ଆପୋସ ବୁଝାମଣା ପିଟିଶନ ଦାଖଲ କରାଯାଇଥିବା କାରଣରୁ ଚାର୍ଜଫ୍ରେମ ହୋଇପାରିନି। ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୁରବାବାଙ୍କ ପୁଅ ତ୍ରିଲୋଚନ ମିଶ୍ର ବୁଧବାର କୋର୍ଟରେ ହାଜର ହୋଇ
ଥିଲେ ା ଆସନ୍ତା ୧ ତାରିଖରେ ଏହା ଉପରେ ଶୁଣାଣି ପାଇଁ ଏସ୍‌ଡିଜେଏମ୍‌ ସନ୍ତୋଷ କୁମାର ପାଣିଗ୍ରାହୀ ଦିନ ଧାର୍ଯ୍ୟ କରିଛନ୍ତି। ଅଭିଯୁକ୍ତ ବାପ, ପୁଅ ଏବଂ ଅଭିଯୋଗକାରୀ ତଥା ବ୍ରହ୍ମପୁର ଧର୍ମନଗର ସାହି ନିବାସୀ ମୋଚିରାମ ସାହୁଙ୍କ ପକ୍ଷରୁ ଏକ ଆପୋସ ବୁଝାମଣା ପିଟିଶନ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ ହୋଇଥିଲା। ମାମଲାର ପରିଚାଳନା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ପର୍ଯ୍ୟନ୍ତ ପିପି କିମ୍ବା ଏପିପିଙ୍କୁ ଦାୟିତ୍ୱ ଦିଆଯାଇନି। ଏ ସମ୍ପର୍କରେ ଜଣାଇବାକୁ କ୍ରାଇମବ୍ରାଞ୍ଚକୁ କୋର୍ଟ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ସରୋଜ ମହନ୍ତ କୋର୍ଟରେ ଉପସ୍ଥିତ ଥିଲେ ା ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଏବଂ ପ୍ରତିପକ୍ଷ ପକ୍ଷରୁ ଓକିଲ କେ. ଶିବିରାମ ରେଡ୍ଡୀ ମାମଲା ପରିଚାଳନା କରିଥିଲେ ା ସୂଚନାଯୋଗ୍ୟ, ଛତ୍ରପୁର ତହସିଲ ଅନ୍ତର୍ଗତ କଣମଣା ପଞ୍ଚାୟତ ଜୟଦୁର୍ଗା ନଗରରେ ଥିବା ଜମିକୁ ହଡ଼ପ କରି ସୁରବାବା ଓ ଅନ୍ୟମାନେ ତ୍ରାହି ଅଚ୍ୟୁତ ଆଶ୍ରମର ଏକ ଶାଖା ଖୋଲିଥିବା ପୂର୍ବରୁ ଜମିର ମାଲିକ ଥିବା ମୋଚିରାମ ଅଭିଯୋଗ କରିଥିଲେ ା ଏ ନେଇ ସେ ୨୦୧୫ ଅଗଷ୍ଟ ୩ ତାରିଖରେ ଛତ୍ରପୁର ଥାନାରେ ସୁରବାବା, ତାଙ୍କ ପୁଅ ତ୍ରିଲୋଚନଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦେଇଥିଲୋ ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ା ଅନ୍ୟ ଏକ ମାମଲାରେ ସୁରବାବା ଓ ତାଙ୍କ ପୁଅ ସେତେବେଳେ ଗିରଫ ହୋଇ ଝାରପଡା ଜେଲରେ ଥିଲେ ା ୨୦୧୫ ଅଗଷ୍ଟ ୨୪ରେ ବାପ, ପୁଅଙ୍କୁ ଛତ୍ରପୁର ଆଶ୍ରମ ଜମି ଜାଲିଆତି ମାମଲାରେ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା ା ପରେ ଉଭୟଙ୍କୁ ଛତ୍ରପୁର ସବ୍‌ଜେଲ୍‌କୁ ପଠାଯାଇଥିଲାା ସପ୍ତାହକ ପରେ ପୁଣି ସେମାନେ ଝାରପଡା ଜେଲକୁ ଯାଇଥିଲେ ା ଗତବର୍ଷ ସୁରବାବା ଓ ତାଙ୍କ ପୁଅ ଜାମିନରେ ମୁକୁଳିଛନ୍ତି।