ଛତ୍ରପୁର ବଜାର ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଛତ୍ରପୁର,୧୭ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ଜାମ୍‌ ରହୁଛି। ଏଥିପାଇଁ ଲୋକଙ୍କୁ ନାକେଦମ ହେବାକୁ ପଡୁଛିା ଅପରପକ୍ଷରେ ଏହାକୁ ସୁଧାରିବା ପାଇଁ ପୂର୍ବରୁ ଦିଆଯାଇଥିବା ବିଭିନ୍ନ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନିା ଫଳରେ ସମସ୍ୟା ବଢିବାରେ ଲାଗିଛି। ଛତ୍ରପୁର ଉପଖଣ୍ଡସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକରେ ମଧ୍ୟ ସ୍ଥାନୀୟ ସହରରେ କିଭଳି ଟ୍ରାଫିକ୍‌ ସମସ୍ୟା ଦୂର ହେବ ସେ ଉପରେ ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଗୁରୁତ୍ୱାରୋପ କରିଛନ୍ତି। ଅପରପକ୍ଷରେ ତାଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନିା ରିକାପଲ୍ଲୀଠାରୁ ଅପର ବସ୍‌ଷ୍ଟାଣ୍ଡ ଓ ଲୋଏର ବସଷ୍ଟାଣ୍ଡ ରେ ବହୁ ଫାଷ୍ଟ ଫୁଡ୍‌ ଦୋକାନ ଖୋଲି ରାସ୍ତା ଉପରେ ବେପାର କରୁଛନ୍ତିି। ଫଳରେ ଯାତାୟାତରେ ଅସୁବିଧା ହେଉଛି। ଏଥିସହ ବିଭିନ୍ନ ଫଳ ଦୋକାନଠାରୁ ଆରମ୍ଭ କରି କେତେକ ଦୋକାନୀମାନେ ନିଜ ଦୋକାନ ସମ୍ମୁଖ ତଥା ଏନ୍‌ଏସି ପକ୍ଷରୁ ନିର୍ମାଣ ହୋଇଥିବା ପାଦ ଚଲା ଓ ପାର୍କିଂ ପାଇଁ ରାସ୍ତା ଉପରେ ଖୋଲୁଛନ୍ତିି। ଫଳରେ ଲୋକେ ପାର୍କିଂ ପାଇଁ ସୁବିଧା ପାଇପାରୁନାହାନ୍ତି। ଏସବୁ ପ୍ରଶାସନ ଓ ପୋଲିସ ଦେଖୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫାଷ୍ଟଫୁଡ୍‌ ଦୋକାନଗୁଡିକୁ ସ୍ତାନାନ୍ତର କରିବାକୁ ପୂର୍ବରୁ ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆଯାଇନି। ନିୟମିତ ବୈଠକ ବସୁଥିଲେ ହେଁ ଏଥିରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନି। ଏଥିସହ ପରିବା ମାର୍କେଟ ଥାଇ ମଧ୍ୟ ପରିବା ବେପାରୀମାନେ କୋଟିଏ ଟଙ୍କାରେ ନିର୍ମିତ ରାସ୍ତା ଉପରେ ଦୁଇପଟେ ବେପାର କରୁଛନ୍ତିି। ଫଳରେ ମାଛ ଓ ପରିବା ମାର୍କେଟକୁ ଆସୁଥିବା ଲୋକେ ସେମାନଙ୍କ ଗାଡିକୁ ପାର୍କିଂ କରିବାରେ ସମସ୍ୟା ହେଉଛିା ଏଥିସହ ଉକ୍ତ ରାସ୍ତାରେ ଦୈନିକ ଟ୍ରାଫିକ୍‌ ଜାମ୍‌ ହେଉଛି। ଏହି ରାସ୍ତାରେ ସରକାରୀ ବାଳିକା ହାଇସ୍କୁଲ, କଲେଜ ରହିଛି। ଏନେଇ ଦୈନିକ ସ୍କୁଲକୁ ଯିବା ବେଳେ ଛାତ୍ରୀମାନଙ୍କୁ ଅସୁବିଧା ହେଉଛିା ଲୋଏର ବସ୍‌ଷ୍ଟାଣ୍ଡଠାରୁ ରିକାପଲୀ ପର୍ଯ୍ୟନ୍ତ ବିଭିନ୍ନ ମଲ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ଲଜ୍‌ ଗୁଡିକ ବିନା ପାର୍କିଂର ବ୍ୟବସ୍ଥା କରି ନିର୍ମାଣ ହୋଇଛି। ଏନେଇ ଟ୍ରାଫିକ୍‌ ସମସ୍ୟା ଦ୍ୱିଗୁଣିତ ହେଉଛି।

Share