Categories: ବାଣିଜ୍ୟ

ଛ’ଦିନରେ ପେଟ୍ରୋଲ ୩.୩୧ଟଙ୍କା ବଢିଲା

ନୂଆଦିଲ୍ଲୀ,୧୩।୬: ଦେଶରେ ତେଲ ଦର ବର୍ତ୍ତମାନ ବଢି ଚାଲିଥିବା ବେଳେ ଶୁକ୍ରବାର ପୁଣି ଥରେ ଏଥିରେ ବୃଦ୍ଧି ଘଟିଛି। ବିଗତ ୬ଦିନ ମଧ୍ୟରେ ଦେଶର ତେଲ ଦର ପେଟ୍ରୋଲ ଉପରେ ୩.୩୧ଟଙ୍କା ଏବଂ ଡ଼ିଜେଲରେ ୩.୪୨ଟଙ୍କା ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀ ଗୁଡିକର ସୂଚନା ଅନୁସାରେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୫୭ ପଇସା ଏବଂ ଡ଼ିଜେଲ ୫୯ ପଇସା ବୃଦ୍ଧି ହୋଇଛି। ଫଳରେ ପେଟ୍ରୋଲ ଦାମ ୭୪ ଟଙ୍କାରୁ ବୃଦ୍ଧି ପାଇ ୭୪.୫୭ ଟଙ୍କା ଛୁଇଁଛି। ସେହିଭଳି ଡ଼ିଜେଲ ଦର ୭୨.୨୨ଟଙ୍କାରୁ ବୃଦ୍ଧି ପାଇଁ ୭୨.୮୧ ଟଙ୍କା ଛୁଇଁଥିବା ଜଣାପଡିଛି। କରୋନା ଜନିତ ସଂକ୍ରମଣ କାରଣରୁ ସବୁ କିଛି ବନ୍ଦ ରହିଥିଲା। ଫଳରେ ସରକାରଙ୍କ ପକ୍ଷରୁ ଯାନବାହାନ ଚଳାଚଳରେ ନାନା କଟକଣା ରହିଥିଲା। ଯାନବାହନ ଗମନାଗମନର ହ୍ରାସ ସାଙ୍ଗକୁ ତେଲ ଦର ବୃଦ୍ଧିରେ ମଧ୍ୟ ରୋକ ଲାଗିଥିଲା। ବିଗତ ୮୦ ଦିନ ପରେ ତେଲ ଦର ପୁଣି ବୃଦ୍ଧି ପାଇଛି।

Share