‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ

ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍‌ ହୋଇସାରିଛି। ଏହା ଏସିଡ୍‌ ଆଟାକ୍‌ ସର୍ଭାଇଭର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ଉପରେ ଆଧାରିତ ବୋଲି ସମସ୍ତେ ଜାଣନ୍ତି। ହେଲେ ଲକ୍ଷ୍ନୌରେ ଥିବା ‘ଶିରୋଜ କ୍ୟାଫେ’ ସହ ଏହାର ଯେଉଁ ସମ୍ପର୍କ ରହିଛି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ତେବେ ଶିରୋଜ କ୍ୟାଫେରେ କାର୍ଯ୍ୟରତ ଏସିଡ୍‌ ଆଟାକ୍‌ ସର୍ଭାଇଭର ମଧ୍ୟ ଫିଲ୍ମ ଦେଖିବାକୁ ବେଶ୍‌ ଉତ୍ସାହିତ ଥିଲେ। ଏହି କ୍ୟାଫେରେ କାମ କରୁଥିବା ଜିତୁ ଓ କୁନ୍ତି ଏଥିରେ ଅଭିନୟ କରିଛନ୍ତି। ଆଉ ସାଥିଙ୍କୁ ବଡ ପରଦାରେ ଦେଖି ଅନ୍ୟମାନଙ୍କର ଖୁସି କହିଲେ ନ ସରେ। ମହିଳା କଲ୍ୟାଣ ନିଗମ ଦ୍ୱାରା ପରିଚାଳିତ ଶିରୋଜ ହ୍ୟାଙ୍ଗଆଉଟରେ ଏବେ ପ୍ରାୟ ୧୪ ଜଣ ଏସିଡ୍‌ ଆଟାକ ସର୍ଭାଇଭର କାମ କରୁଛନ୍ତି। କେତେଜଣ ମହିଳା ଏହିଠାରେ କାମ କରିବା ଫଳରେ ଜୀବନ ଜିଇଁବାର ରାସ୍ତା ପାଇ ଯାଇଛନ୍ତି ବୋଲି କୁହନ୍ତି। ଆଉ ଏମାନେ ‘ଛପାକ’ ଫିଲ୍ମ ଦେଖିବା ପରେ ଏହା ହିଟ୍‌ ହେଉ ବୋଲି କହିଛନ୍ତି।

Share