ଛାଡପତ୍ର ପରେ ଏହି ଅଭିନେତାଙ୍କୁ ମିଳିଛି ପ୍ରକୃତ ଜୀବନସାଥୀ

ବମ୍ବେ: ପ୍ରଥମ ବିବାହର ବିଫଳତା ପରେ ଜୀବନସାଥୀଟିଏ ମିଳିବା ସହଜ କଥା ନୁହେଁ। କିନ୍ତୁ କିଛି ବଲିଉଡ୍‌ କଳାକାରଙ୍କ କ୍ଷେତ୍ରରେ ଉକ୍ତିଟି ଭୂଲ ସାବ୍ୟସ୍ତ ହୋଇଛି। ସେଭଳି ଜଣେ ଅଭିନେତା ହେଲେ ଅର୍ଜୁନ ରାମପାଲ। ନିକଟରେ ଅର୍ଜୁନ ପ୍ରଥମ ସ୍ତ୍ରୀ ମେହର ଜେସିକାଙ୍କଠାରୁ ଅଲଗା ହୋଇଛନ୍ତି। ଦୀର୍ଘ ୨୧ ବର୍ଷ ଧରି ଉଭୟେ ଏକାଠି ରହିବା ସତ୍ତ୍ୱେ ଶେଷରେ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁହେଁ। କାରଣଟି ହେଲା ଅର୍ଜୁନଙ୍କ ଜୀବନରେ ଗାବ୍ରିଏଲାଙ୍କ ଏଣ୍ଟ୍ରି। ଏବେ ଅର୍ଜୁନ ଏବଂ ଗାବ୍ରିଏଲାଙ୍କ ଗୋଟିଏ ପୁତ୍ର ସନ୍ତାନ ରହିଛି।

ଲୋକପ୍ରିୟ ଲେଖକ ଜାଭେଦ ଅଖତର ଏବଂ ଶବାନା ଆଜମୀଙ୍କ ଯୋଡ଼ି ଆଜି ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଛି। ବହୁତ କମ୍‌ ଲୋକ ଜାଣନ୍ତି ଶବାନା ଜାଭେଦଙ୍କ ଦ୍ୱିତୀୟ ସ୍ତ୍ରୀ। ପୂର୍ବରୁ ସେ ହନି ଇରାନୀଙ୍କୁ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପୂର୍ବରୁ ହିଁ ଜାଭେଦ ଶବାନାଙ୍କୁ ବିବାହ କରିଦେଇଥିଲେ। ସେହିଭଳି ବଲିଉଡ ଅଭିନେତ୍ରୀ କିରଣ ଖେର ୧୯୮୫ ମସିହାରେ ଅନୁପମ ଖେରଙ୍କୁ ବିବାହ କରିଥିଲେ। ହେଲେ ଏହା କିରଣଙ୍କ ଦ୍ୱିତୀୟ ବିବାହ ଥିଲା। ଏହା ପୂର୍ବରୁ ସେ ଗୌତମ ବେରୀଙ୍କୁ ବିବାହ କରିଥିଲେ।
ଶ୍ରୀଦେବୀ ସ୍ବାମୀ ବୋନି କପୁରଙ୍କ ଦ୍ୱିତୀୟ ସ୍ତ୍ରୀ। ଆମିର ଖାନ କିରଣ ରାଓଙ୍କୁ ମଧ୍ୟ ଦ୍ୱିତୀୟ ବିବାହ କରିଛନ୍ତି। ରୀନାଙ୍କୁ ଛାଡ଼ପତ୍ର ଦେବା ପରେ ଆମିର କିରଣଙ୍କୁ ବିବାହ କରି ଅନେକଙ୍କୁ ଚମକାଇ ଦେଇଥିଲେ। ଏବେ ଉଭୟ ବଲିଉଡର ପାଓ୍ବାର କପଲ। ସେହିଭଳି କରିନା କପୁର ଖାନଙ୍କୁ ବିବାହ କରିବା ଲାଗି ପ୍ରଥମ ସ୍ତ୍ରୀ ଅମୃତାଙ୍କୁ ଛାଡ଼ପତ୍ର ଦେଇଥିଲେ ସୈଫ ଅଲ୍ଲୀ ଖାନ। ପରେ ଉଭୟ ୨୦୧୨ରେ ବିବାହ କରିଥିଲେ। ଏହି ହିସାବରେ କରିନା ସୈଫଙ୍କ ଦ୍ୱିତୀୟ ସ୍ତ୍ରୀ।

Share