ଛାଡ଼ପତ୍ରର ୨ ବର୍ଷ ପରେ ଏମିତି କହିଲେ ଅରବାଜ୍‌

୧୮ ବର୍ଷର ସାଂସାରିକ ଜୀବନ ବିତାଇବା ପରେ ମଲାଇକା ଆରୋରା ଏବଂ ଏବଂ ଅରବାଜ୍‌ ଖାନ୍‌ ଅଲଗା ହୋଇଗଲେ। ଏମାନଙ୍କ ଛାଡ଼ପତ୍ରକୁ ୨ ବର୍ଷ ପୂରିଛି। ଛାଡ଼ପତ୍ର ପରଠାରୁ ଏ ସମ୍ପର୍କରେ କେବେ ମୁହଁ ଖୋଲି ନ ଥିଲେ ଅରବାଜ। କିନ୍ତୁ ଅନୁପମା ଚୋପ୍ରାଙ୍କ ଶୋ’ରେ ଅରବାଜ ପହଞ୍ଚି ଏନେଇ ମୁହଁ ଖୋଲିଛନ୍ତି।  ଶୋ’ରେ ଯେତେବେଳେ ମଲାଇକାଙ୍କୁ ନେଇ ଅରବାଜଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ଏହାର ଉତ୍ତରରେ ସେ କହିଥିଲେ, ସବୁକିଛି ଠିକ୍‌୍‌ଠାକ୍‌ ଚାଲିଥିଲା। କିନ୍ତୁ ଅଚାନକ ସମ୍ପର୍କ ତୁଟିଗଲା। କିଛି ଭୁଲ ନୁହେଁ।  ଦୁଇଜଣ ନିଜ ନିଜର ଲାଇଫ୍‌କୁ ଚଳାଇବାକୁ ନିଷ୍ପତ୍ତି ନେଇଛୁ। ବିବାହର ସ୍ମୃତିକୁ କ’ଣ ଆପଣ ମନେ ରଖିବେ ବୋଲି ପଚରାଗଲା। ସେ କହିଲେ, ନିଶ୍ଚିତ କରିବି। ବାହାଘର ଦୀର୍ଘବର୍ଷର ସମ୍ପର୍କ। ତେଣୁ ମଣିଷ ମରିବା ପୂର୍ବରୁ ଭଲରେ ରହିବା ପାଇଁ ଚେଷ୍ଟା କରିଥାଏ।  କିନ୍ତୁ ସମୟ ବଦଳିବା ବି ଠିକ୍‌। ଏସବୁ ଘଟଣା ଏବେ ଅତୀତ ହୋଇସାରିଛି।  ଏଥିରୁ ଅରବାଜଙ୍କ ହୃଦୟ କଥା ସ୍ପଷ୍ଟ ବାରି ହୋଇପଡୁଛି। ଅନ୍ୟପକ୍ଷରେ ଏହା ପୂର୍ବରୁ କରୀନା କପୁରଙ୍କ ଏକ ଶୋ’ରେ ମଲାଇକା କହିଥିଲେ, ଏ ବିବାହରେ ଆମେ ଦୁଇଜଣ କେହି ଖୁସି ନ ଥିଲୁ। ଏହାର ପ୍ରଭାବ ପରିବାର ଅନ୍ୟ ସଦସ୍ୟଙ୍କ ଉପରେ ପଡ଼ିଲା। ଛାଡ଼ପତ୍ର ପରେ ସମାଜକୁ ସାମ୍ନା କରିବାକୁ ପଡୁଥିବା କହିଥିଲେ। କହିରଖୁଛୁ, ମଲାଇବା ଅର୍ଜୁନ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି।

Share