Categories: ଫୁରସତ

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ମାମଲାରେ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଅନୁଯାୟୀ, ସଂପୃକ୍ତା ମହିଳାଙ୍କ ନିକଟରେ ଆର୍ଥିକ ସୁବିଧା ନାହିଁ। ଏଥିପାଇଁ ମହିଳା ଜଣକ ଏତେ ପରିମାଣର ଧନରାଶି ସ୍ବାମୀଙ୍କଠାରୁ ଚାହିଁଥିଲେ। ଏହି ମହିଳାଙ୍କ ନାମ ଏମ୍‌ଏଲ୍‌ଏ। ସେ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି। ତାଙ୍କର ବିବାହ ୧୯୮୧ ମସିହାରେ ହୋଇଥିଲା। ବିବାହ ପରେ ସ୍ତ୍ରୀ ସ୍ବାମୀ ନିଷ୍ପତ୍ତି ନେଇଥିଲେ ସେ ଘର ସମ୍ଭାଳିବେ ଏବଂ ସ୍ବାମୀ ଚାକିରି କରିବେ। କୌଣସି କାରଣକୁ ନେଇ ବିବାହର ୨୮ ବର୍ଷ ପରେ ୨୦୦୯ରେ ଦୁଇଜଣ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଇତିମଧ୍ୟରେ ଏମ୍‌ଏଲ୍‌ଙ୍କ ବୟସ ୬୦ ହେଲାଣି। ପରିଣତ ବୟସରେ ଘର ଚଳାଇବାକୁ ତାଙ୍କ ନିକଟରେ ଅର୍ଥ ନାହିଁ କିମ୍ବା କାହାଘରେ କାମ କରି ପେଟ ପୋଷିବାକୁ ଦେହରେ ଆଉ ବଳ ନାହିଁ। ମାମଲା ପୁଣି ଥରେ କୋର୍ଟରେ ପହଞ୍ଚିଥିଲା। ଏମ୍‌ଏଲ୍‌ ବିଚାରପତିଙ୍କୁ କହିଛନ୍ତି, ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ଏହା ଏକ ଭିନ୍ନ ଧରଣର ମାମଲା। ତେଣୁ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଜ୍‌ ଏପରି ରାୟ ଶୁଣାଇଥିବା କହିଛନ୍ତି।

Share