Categories: ଜାତୀୟ

ଛାଡ଼ପତ୍ର ମାମଲାର ଆପୋଷ ବୁଝାମଣା ପାଇଁ ଘୋଡ଼ା ଚଢ଼ି ବର ବେଶରେ କୋର୍ଟରେ ପହଞ୍ଚିଲେ ଯୁବକ

ଭୋପାଳ, ୧୫।୧୨: ମଧ୍ୟପ୍ରଦେଶରେ ଏକ ଛାଡ଼ପତ୍ର ମାମଲାରେ ପରିବାର କୋର୍ଟ ଦମ୍ପତିଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବୁଝାମଣା ଲାଗି ଡିସେମ୍ବର ୧୪ ଧାର୍ଯ୍ୟ ହୋଇଥିଲା। ସେହି ଦିନ ସ୍ବାମୀ ଘୋଡ଼ା ଚଢ଼ି ବର ବେଶରେ ଦେବାସ ଜିଲା କୋର୍ଟରେ ପହଞ୍ଚିଥିବାବେଳେ ସ୍ତ୍ରୀ ନବବଧୂ ବେଶରେ ପହଞ୍ଚିଥିଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଞ୍ଜାନା ନିବାସୀ ପଓ୍ବନ କୁମାଓ୍ବତ୍‌ ୨୦୦୮ ଏପ୍ରିଲ୍‌ ୨୬ରେ ଛୋଟ ମାଲସାପୁରାର କରୁଣାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ସୁଖରେ କଟିବା ପରେ ଘରେ କଳି ଝଗଡ଼ା ଆରମ୍ଭ ହୋଇଥିଲା। ଏହାପରେ ସ୍ତ୍ରୀ-ସ୍ବାମୀ ଦୁହେଁ ଅଲଗା ହୋଇ ଯାଇଥିଲେ। କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିଲା। ତେବେ ଶେଷରେ କୋର୍ଟଙ୍କ ପରାମର୍ଶକ୍ରମେ ଦୁହେଁ ପୁଣି ଏକାଠି ହେବାକୁ ରାଜି ହୋଇଥିଲେ।

Share