ଛାଡ଼ି ପଳାଉଥିଲା ବସ୍‌, ପୋଲିସ ହସ୍ତକ୍ଷେପ ପରେ ଝାଡ଼ଖଣ୍ଡ ଫେରିଲେ ୧୪ ପ୍ରବାସୀ

ଦେବଗଡ଼,୧୮ା୫(ଡି.ଏନ.ଏ.): ତାମିଲନାଡୁରେ ଫସି ରହିଥିବା ଦେବଗଡ ଜିଲା ରିଆମାଳ ବ୍ଲକ୍‌ର ୧୬ଜଣ ପ୍ରବାସୀ ଏକ ବସ୍‌ (ନଂ-ଟିଏନ୍‌-୩୨ ଏସି-୨୭୯୯)ରେ ଆସି ପହଞ୍ଚିଛନ୍ତି। ହେଲେ ସେଥିରେ ଥିବା ଝାଡ଼ଖଣ୍ଡ ଚାଇଁବସାର ଅନ୍ୟ ୧୪ ଜଣ ଶ୍ରମିକଙ୍କୁ ଦେବଗଡ଼ ସହରରେ ଛାଡି ବସ୍‌ଟି ଖସି ପଳାଇବାକୁ ଉଦ୍ୟମ କରି ବିଫଳ ହୋଇଛି। ଏହି ୧୪ ଜଣ ଶ୍ରମିକ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିଛି। ଠିକ୍‌ରେ ଖିଆପିଆ କରି ନ ଥିବା ଏହି ପ୍ରବାସୀଙ୍କ ଲାଗି ପୋଲିସ ଖାଦ୍ୟପେୟର ବ୍ୟବସ୍ଥା କରିଥିଲା। ରିଆମାଳ ଓ କୁଣ୍ଢେଇଗୋଳା ଥାନା ସହାୟତାରେ ଉକ୍ତ ବସ୍‌କୁ ପୋଲିସ ଦେବଗଡ ଫେରାଇ ଆଣି କର୍ମଚାରୀଙ୍କୁ ତାଗିଦ କରିଛି। ଏହି ପ୍ରବାସୀଙ୍କୁ ଚାଇଁବସାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛି। ଶେଷରେ ପୋଲିସ ସୁରକ୍ଷାରେ ବସ୍‌ଟି ଏମାନଙ୍କୁ ନେଇ ପୁଣି ଯାତ୍ରା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ

ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ...

ଗ୍ରାହକଙ୍କୁ ଝଟ୍‌କା: ବଢିଲା ପେଟ୍ରୋଲ-ଡିଜେଲ୍‌ ଦାମ

ନୂଆଦିଲ୍ଲୀ,୭।୪: କେନ୍ଦ୍ର ସରକାର ସୋମବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲଲିଟର ପିଛା ୨ ଟଙ୍କା ବଢିଥିବା...

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ

କେସିଙ୍ଗା,୭।୪(ତୁମେଶର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଶ୍ରୁପଡାସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ସ୍ବାସ୍ଥ୍ୟ ଦିବସ ସୋମବାର...

ସରିଲା ଚୂଡ଼ାନ୍ତ ସର୍ଭେ: ରିଂ ରୋଡ୍‌ରେ ସୁସଜ୍ଜିତ ହେବ ଅତାବିରା

ଅତାବିରା,୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମୁଖ୍ୟାଳୟରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିବ ରିଂ ରୋଡ୍‌ l ବିକଶିତ ଗାଁ ବିକଶିତ ଓଡ଼ିଶାର ବାସ୍ତବ ରୂପ ନେବ...

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୪: ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ। ପଶ୍ଚିମକେନ୍ଦ୍ରୀୟ...

ଦେବାଶିଷଙ୍କୁ ସିଧା ଟାର୍ଗେଟ୍‌ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…

କଟକ,୭ା୪: ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image