Advertisement

ଛାଡ଼ି ପଳାଉଥିଲା ବସ୍‌, ପୋଲିସ ହସ୍ତକ୍ଷେପ ପରେ ଝାଡ଼ଖଣ୍ଡ ଫେରିଲେ ୧୪ ପ୍ରବାସୀ

ଦେବଗଡ଼,୧୮ା୫(ଡି.ଏନ.ଏ.): ତାମିଲନାଡୁରେ ଫସି ରହିଥିବା ଦେବଗଡ ଜିଲା ରିଆମାଳ ବ୍ଲକ୍‌ର ୧୬ଜଣ ପ୍ରବାସୀ ଏକ ବସ୍‌ (ନଂ-ଟିଏନ୍‌-୩୨ ଏସି-୨୭୯୯)ରେ ଆସି ପହଞ୍ଚିଛନ୍ତି। ହେଲେ ସେଥିରେ ଥିବା ଝାଡ଼ଖଣ୍ଡ ଚାଇଁବସାର ଅନ୍ୟ ୧୪ ଜଣ ଶ୍ରମିକଙ୍କୁ ଦେବଗଡ଼ ସହରରେ ଛାଡି ବସ୍‌ଟି ଖସି ପଳାଇବାକୁ ଉଦ୍ୟମ କରି ବିଫଳ ହୋଇଛି। ଏହି ୧୪ ଜଣ ଶ୍ରମିକ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିଛି। ଠିକ୍‌ରେ ଖିଆପିଆ କରି ନ ଥିବା ଏହି ପ୍ରବାସୀଙ୍କ ଲାଗି ପୋଲିସ ଖାଦ୍ୟପେୟର ବ୍ୟବସ୍ଥା କରିଥିଲା। ରିଆମାଳ ଓ କୁଣ୍ଢେଇଗୋଳା ଥାନା ସହାୟତାରେ ଉକ୍ତ ବସ୍‌କୁ ପୋଲିସ ଦେବଗଡ ଫେରାଇ ଆଣି କର୍ମଚାରୀଙ୍କୁ ତାଗିଦ କରିଛି। ଏହି ପ୍ରବାସୀଙ୍କୁ ଚାଇଁବସାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛି। ଶେଷରେ ପୋଲିସ ସୁରକ୍ଷାରେ ବସ୍‌ଟି ଏମାନଙ୍କୁ ନେଇ ପୁଣି ଯାତ୍ରା ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share