Categories: ଜାତୀୟ

ଛାଡୁନି ସୋସିଆଲ୍‌ ମିଡ଼ିଆ, ମହିଳା ଦିବସରେ ମହିଳାଙ୍କୁ ସମର୍ପିତ ହେବ ଆକାଉଣ୍ଟ୍‌: ମୋଦି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡ଼ିଆ ଛାଡୁଥିବା ନେଇ ସୋମବାର ରାତିରେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ମୋଦିଙ୍କୁ ମନାଇବା ପାଇଁ କେତେକ ୟୁଜର ଉଦ୍ୟମ କରିଥିଲେ। ଜୋର୍‌ ସୋର୍‌ ଚର୍ଚ୍ଚା ମଧ୍ୟ ଜାରି ରହିଥିଲା। ଦୀର୍ଘ ୧୬ ଘଣ୍ଟାର ସସ୍‌ପେନ୍ସ୍‌ ପରେ ମୋଦି ଏହାର ସତ୍ୟତା ସମ୍ପର୍କରେ ମଙ୍ଗଳବାର ଅପରାହ୍ନ ୧ଟା ୧୬ରେ ପ୍ରକାଶ କରିଛନ୍ତି। ମୋଦି ଟୁଇଟ୍‌ କରି କହିଛନ୍ତି ଯେ, ସେ ସୋସିଆଲ୍‌ ମିଡ଼ିଆ ଛାଡୁ ନାହାଁନ୍ତି। ତେବେ ଆସନ୍ତା ମାର୍ଚ୍ଚ ୮ ମହିଳା ଦିବସରେ ନିଜର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌କୁ ସେ ମହିଳାଙ୍କୁ ସମର୍ପିତ କରିବେ। ଏହାପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

Share