ଛାତରୁ ଖସି ଜଣଙ୍କ ମୃତ୍ୟୁ: ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ନୀଳକନ୍ଦର ସାହିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଘର ମରାମତି ଚାଲିଥିବା ବେଳେ ଛାତ ଉପରେ ପାଣି ପକାଉଥିବା ସମୟରେ ଛାତରୁ ଖସି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ବନାଥ ପାଢ଼ୀ (୪୫)।
ପ୍ରକାଶ ଯେ ବିଶ୍ବନାଥ ପୂର୍ବାହ୍ନରେ ମରାମତି କରାଯାଉଥିବା ନିଜ ଘରର ଛାତ ଉପରେ ଚଢ଼ି ପାଣି ପକାଉଥିଲେ। ହଠାତ୍‌ ଅସାବଧାନତା ଯୋଗୁ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଇଆଇସି କୌଶିକ ମାଝିଙ୍କ ସମେତ ସବ୍‌ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ କେସ୍‌ ନଂ.୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ସବ୍‌ଇନ୍ସପେକ୍ଟର ଆଗୁପାତ୍ର କହିଛନ୍ତି ।

Share