ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ବସ୍ତା ୧୧।୭,(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୁଳିଦା ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କୁ ନିଲମ୍ବନ କରାଯାଇଛି।
ସୋମବାର ଦ୍ବିତୀୟ ଶ୍ରେଣୀ ଛାତ୍ର ବିଷ୍ଣୁ କୁମାର ଜେନା ରବର ଆଣି ନ ଥିବାରୁ ସଂଘମିତ୍ରା ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ଅଭିଯୋଗ ହେବାପରେ ଗୁରୁବାର ବିଇଓ ପ୍ରାଚୀତନୟା ଗିରି ତାଙ୍କୁ ନିଲମ୍ବନ କରିଛନ୍ତି।