Advertisement

ଛାତ୍ରଙ୍କୁ ମିଳିଲା ଶ୍ରବଣଯନ୍ତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନଙ୍କ ଗୋଟିଏ କାନକୁ ଆଦୌ ଶୁଣାଯାଉ ନ ଥିବାବେଳେ ଅନ୍ୟ କାନରେ ସେ ଅଳ୍ପ ଶୁଣିପାରୁଥିଲେ। ୭ ବର୍ଷ ହେଲା ଏଭଳି ସମସ୍ୟା ମଧ୍ୟରେ ସେ ପାଠ ପଢୁଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ଦୁର୍ଗମ ଲାଦାଙ୍ଗି ବିଦ୍ୟାଳୟକୁ ଯାଇ ଟୁନାଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ କରିଛନ୍ତି। ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର କରଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଧାକର ପ୍ରଧାନ ଏବଂ ଗ୍ରାମ୍ୟ କମିଟି ଉପସ୍ଥିତିରେ ବୁଧବାର ଟୁନାଙ୍କ କାନରେ ଶ୍ରବଣଯନ୍ତ୍ର ଲଗାଯିବାପରେ ସେ ଏବେ ଠିକ ଭାବେ ଶୁଣିପାରୁଛନ୍ତି । ସୂଚନାଯୋଗ୍ୟ, ଟୁନାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ମା’ ମାଳି ପ୍ରଧାନ ମୂଲ ଲାଗି ପରିବାର ଚଳାଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share