Categories: ଜାତୀୟ

ଛାତ୍ରଙ୍କ ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୧୩।୧୧ : ଗତ କିଛି ଦିନରୁ ବର୍ଦ୍ଧିତ ହଷ୍ଟେଲ ଫିକୁ ନେଇ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ହେଲେ ବୁଧବାର ଏହି ଆନ୍ଦୋଳନର ଅନ୍ତ ହୋଇଛି। ଛାତ୍ରଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁଇଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫି ନିଷ୍ପତିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି। ବୁଧବାର ବସିଥିବା ଜେଏନୟୁର ଏକ୍ସକ୍ୟୁଟିଭ କମିଟିର ବୈଠକରେ ହଷ୍ଟେଲ ଫି ବୃଦ୍ଧି ନିଷ୍ପତି ଉପରେ ଆଲୋଚନା ହୋଇଥିଲା। ଏହାପରେ ବର୍ଦ୍ଧିତ ହଷ୍ଟେଲ ଫି ନିଷ୍ପତିକୁ ପରିବର୍ତ୍ତନ କରାଯାଇଛି ବୋଲି ଶିକ୍ଷା ସଚିବ ଆର୍‌ ସୁବ୍ରମଣ୍ୟମ ଟୁଇଟ କରି ଜଣାଇଛନ୍ତି। ଏଥିସହ ସେ ଛାତ୍ରଙ୍କୁ ଆନ୍ଦୋଳନ ବନ୍ଦ କରି କ୍ଲାସ କରିବା ପାଇଁ ନିବେଦନ କରିଛନ୍ତି।

Share