ଛାତ୍ରାବାସରେ ମସାଜ୍‌ର ମଜା ନେଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ବାରିପଦା ଅଫିସ,୨୩।୧- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଖେରଣା ସ୍ଥିତ ଈଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ଭିଡିଓ କେଉଁ ଦିନର ତାହା ଜଣାପଡ଼ି ନ ଥିବା ବେଳେ ଏଥିରେ ଛାତ୍ରାବାସରେ ଶିକ୍ଷକ ଏକ ଦୌଡ଼ି ଖଟରେ ଶୋଇଛନ୍ତି ଏବଂ ୩ ଜଣ ଛାତ୍ର ତାଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ମସାଜ୍‌ କରୁଥିବା ଦେଖାଯାଇଛି।

ପ୍ରକାଶ ଯେ, ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏହାର ଛାତ୍ରାବାସରେ ୨୫ ଜଣ ଛାତ୍ର ରହୁଛନ୍ତି। ଘଟଣା ପ୍ରଘଟିତ ହେବାପରେ ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ହେଲେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ ।

Share