ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗ: ପ୍ରତିବାଦରେ ଧାରଣା

ଗୋପ,୨୫।୧: ପୁରୀ ଜିଲା ଗୋପ କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର କାର୍ଯ୍ୟାନୁଷ୍ଠାନ ଦାବିରେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।
ପ୍ରକାଶ ଯେ, ମଧ୍ୟାହ୍ନରେ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କ୍ଲାସ୍‌ ନେବାକୁ ଯାଇଥିଲେ। ପାଠ ସମ୍ପର୍କିତ କାରଣରୁ ସେଠାରେ ଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ବାଦାନୁବାଦ ହୋଇଥିଲା। ପରେ ଛାତ୍ରୀ ଜଣଙ୍କ ଅଧ୍ୟାପକ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ କଲେଜରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରୀଛାତ୍ର ଧାରଣାରେ ବସିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିଛି।