ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ରୂପ୍‌ସା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗୁରୁବାର ସିଂଲା ଥାନାରେ ପୋଲିସ ଏକ ମାମଲା (ନଂ. ୨୧୨/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତ ନଭେମ୍ବର ୪ ତାରିଖରେ ଛାତ୍ରୀ ଜଣକ କଲେଜ ଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତ ଯୁବକ ତାଙ୍କୁ ଅପହରଣ କରିଥିବା ଏତଲାରେ ଦର୍ଶାଯାଇଛି। ଏକମାସ ଧରି ପରିବାର ଲୋକେ ଖୋଜାଖୋଜି ପରେ ବିଫଳ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଇଆଇସି ସୁବ୍ରତ କୁମାର ବେହେରା ଅପହୃତା ଛାତ୍ରୀଙ୍କୁ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି।