Categories: ଗଞ୍ଜାମ

ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଶିକ୍ଷକ ଗିରଫ

ବ୍ରହ୍ମପୁର ଅଫିସ,୨୬ା୯-ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି। ସେ ହେଲେ ପ୍ରିୟ ରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ଘର ଗୋଷାଣୀନୂଆଗଁା ବୋଲି ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ ସୋରେନ କହିଛନ୍ତି। ମାମଲା ନଂ.୯୫/୧୯ରୁଜୁ କରାଯାଇଥିବା ବେଳେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୋରେନ୍‌ କହିଛନ୍ତି। ଶିକ୍ଷକଙ୍କ ଠାରୁ ଏକ ଲ୍ୟାପ୍‌ଟପ୍‌ ଜବତ କରି ଘଟଣାର ତଦନ୍ତ କରୁଥିବା ପୋଲିସ କହିଛି। ସେ ବିଜ୍ଞାନ ଶିକ୍ଷକ ବୋଲି ଜଣାପଡିଛି।