ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ଛାତ୍ରୀ ଜଣକ ସ୍ଥାନୀୟ ବିଦ୍ୟାଳୟକୁ ଯାଉଥିଲେ। ବର୍ଷା ହେବାରୁ ରାସ୍ତାପାର୍ଶ୍ୱରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବିଲ ମଧ୍ୟକୁ ଟେକି ନେଇ ଅସଦାଚରଣ କରିଥିଲେ। ସେ ଜୋରରେ ପାଟି କରିବାରୁ ଅଭିଯୁକ୍ତ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଛାତ୍ରୀ ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇବାରୁ ତାଙ୍କ ମା’ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ. ୧୬/୨୦ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ନିରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।