ଛାତ୍ରୀଙ୍କୁ ଅସଦାଚରଣ କରି କମ୍ପ୍ୟୁଟର ଶିକ୍ଷକ ଗିରଫ

ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳରେ ଜଣେ ବଳାତ୍କାର ପୀଡିତା ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ପୁଣି ଜନୈକା କଲେଜ ଛାତ୍ରୀଙ୍କୁ ଜଣେ କମ୍ପ୍ୟୁଟର ଶିକ୍ଷକ ମଙ୍ଗଳବାର ଅସଦାଚରଣ କରି ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ କମ୍ପ୍ୟୁଟର ଶିକ୍ଷକଙ୍କ ନିକଟରେ ଛାତ୍ରୀ ଜଣକ ଟିୟୁସନ ହେଉଥିଲେ। ସକାଳେ ଛାତ୍ରୀ ଜଣକ ଟିୟୁସନ ପାଇଁ କମ୍ପ୍ୟୁଟର ଶିକ୍ଷକଙ୍କ ଘରକୁ ଯାଇଥିବା ବେଳେ ସେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏକ ମାମଲା(ନଂ.୧୫୭/୧୯) ରୁଜୁ କରି ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକଙ୍କୁ ଗିରଫ କରିଛି।