ଗଞ୍ଜାମ,୧୪।୨(ଡି.ଏନ୍.ଏ.): ମାଟ୍ରିକ୍ ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ଗଞ୍ଜାମ ବ୍ଲକ ହୁମାଠାରେ ଥିବା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି ରେଡିଙ୍କ ଆଡ୍ମିଟ୍ କାର୍ଡ ଏଯାବତ୍ ଆସିନାହିଁ। ଏହି ଘଟଣାରେ ଲିଲିଙ୍କ ବାପା ବାପା ଡି. ଭାସ୍କର ରେଡି ଶୁକ୍ରବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଆଡ୍ମିଟ୍ କାର୍ଡ ଆସି ନ ଥିବା ଯୋଗୁ ଝିଅ ଦୁଶ୍ଚିନ୍ତାରେ ରହୁଥିବା ଜିଲାପାଳଙ୍କୁ ଅବଗତ କରାଇବା ସହ ଏକ ବର୍ଷର ପରିଶ୍ରମ ନଷ୍ଟ ହେବା ନେଇ କହିଥିଲେ।
ସୂଚନାଯୋଗ୍ୟ, ଲିଲି ଫର୍ମଫିଲପ ପାଇଁ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକ ସୁନୀଲ ବେହେରାଙ୍କୁ ଟଙ୍କା ଦେଇଥିଲେ । ମାତ୍ର ତାଙ୍କ ଭୁଲ ଯୋଗୁ ବର୍ତ୍ତମାନ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ଡି. ଭାସ୍କର କହିଛନ୍ତି।