ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ, ୨ ଯୁବକ ଅଟକ

ଆଳି, ୯।୧୦ (ଡି.ଏନ୍‌.ଏ.): ଆଳି ଥାନା ଅଞ୍ଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ବୁଧବାର ମାନପୁର ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଘଟଣା ମୁତାବକ, ଗତ ୬ ତାରିଖ ରାତିରେ ପୀଡ଼ିତା ବାହାରକୁ ପରିସ୍ରା କରିବାକୁ ଆସିଥିବା ବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିଲେ। ତେବେ ନାବାଳିକାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଉଠିଯିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାର ଗୋଟିଏ ଦିନ ପରେ ପୀନିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୧୭୮/୧୯ ନଂ.ରେ ଏକ ମାମଲା ରୁଜୁ କରିଛି। ଏଥିସହ ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

Share