ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା: ଅଭିଯୁକ୍ତ ଅଧ୍ୟାପକ ଗିରଫ

ରାସଗୋବିନ୍ଦପୁର,୧୫।୯ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଏକ କଲେଜର ଜଣେ ଆଦିବାସୀ ଛାତ୍ରୀଙ୍କୁ ଶ୍ରେଣୀଗୃହରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଶନିବାର ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୯୫/୧୯) ରୁୁଜୁ ହୋଇଛି।
ପୋଲିସ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, କଲେଜର ଶିକ୍ଷାବିଭାଗ ଅଧ୍ୟାପକ ଶିବପ୍ରସାଦ କଟୁଆଳ ଗୁରୁବାର ପାଠ ପଢାଉଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଛାତ୍ରୀଜଣକ ପରିବାର ସଦସ୍ୟଙ୍କୁ ଅବଗତ କରାଇଥିଲେ। ପରିବାର ଲୋକେ ଶୁକ୍ରବାର କଲେଜକୁ ଆସି ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ସମ୍ପୃକ୍ତ ଅଧ୍ୟାପକଙ୍କୁ ଡାବି ପଚାରିିବା ସହ ଏ ନେଇ ତାଗିଦ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ଏକ କୋଠରି ଭିତରେ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। କଲେଜ ଅଧ୍ୟକ୍ଷ ସମେତ ଅନ୍ୟ କର୍ମଚାରୀ ଯେତେ ଡାକିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ଶେଷରେ ନିରୂପାୟ ହୋଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିି ଥାନାକୁ ନେଇଥିଲା। ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି।