ଛାତ୍ରୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରୁଥିବା ଅଭିଯୋଗ: ପୃଥକ୍‌ ମାମଲା, ଟ୍ୟୁଶନ ଶିକ୍ଷକ ଗିରଫ

ନାଉଗଁ।, ୯।୧ (ସ୍ବ.ପ୍ର):ଚାକିରି କରାଇ ଦେବା ନଁ।ରେ ନାଉଗାଁ ବ୍ଲକ ନନ୍ଦୀ ଗ୍ରାମର ଜଣେ ଟ୍ୟୁଶନ ଶିକ୍ଷକ ଝିଅମାନଙ୍କୁ ନେଇ ପାରାଦୀପରେ ଦେହ ବ୍ୟବସାୟରେ ନିୟୋଜିତ କରିବା ପରେ ନିଜ ଘରେ ରଖିବା ଓ ସେମାନଙ୍କ ମା’ବାପାଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏ ନେଇ ସମ୍ପୃକ୍ତ ଟ୍ୟୁଶନ ଶିକ୍ଷକ ଧୀରେନ୍ଦ୍ର ନାଥ ରାଉତଙ୍କ ନାମରେ ଥାନାରେ ପୃଥକ୍‌ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଧୀରେନ୍ଦ୍ର ଗ୍ରାମର ବହୁ ଝିଅଙ୍କୁ ଚାକିରି କରାଇଦେବାକୁ କହି ପାରାଦୀପରେ ନେଇ ରଖିଥିବା ବେଳେ ସେଠାରେ ସେମାନଙ୍କୁ ବିଭିନ୍ନ ହୋଟେଲକୁ ଦେହ ବ୍ୟବସାୟ ପାଇଁ ପଠାଉଛନ୍ତି। ଏଥିସହ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପାରାଦୀପରୁ ଆଣି ଗାଁରେ ନିଜ ଘରେ ମଧ୍ୟ ରଖିଛନ୍ତି। ସେମାନଙ୍କ ମା’ବାପା ଝିଅକୁ ଛାଡିବା ପାଇଁ କହିବାରୁ ଧୀରେନ୍ଦ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ଅଧିକ ଟଙ୍କା ମାଗୁଥିବା ବେଳେ, ନ ଦେଲେ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଉଛନ୍ତି। ଅନ୍ୟପଟେ ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବା ଭୟରେ ସମ୍ପୃକ୍ତ ଝିଅମାନେ ମଧ୍ୟ ଧୀରେନ୍ଦ୍ରଙ୍କ ସପକ୍ଷରେ ବାହାରୁଛନ୍ତି ବୋଲି ଅଭିଯୋଗକାରୀମାନେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ଥାନାଧିକାରୀ ପ୍ରଜ୍ଞା ରୀତାମ୍ବର କର ଓ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ଗ୍ରାମର ତ୍ରିଲୋଚନ ପାଢ଼ୀ, ଜାମୁଗଁ। ସରପଞ୍ଚ ଲଲାଟେନ୍ଦୁ ପରିଡ଼ା, ଦିଲ୍ଲୀପ କୁମାର ପାଢ଼ୀ, ବାସୁଦେବ ପାଢ଼ୀ ପ୍ରମୁଖଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଟ୍ୟୁଶନ ଶିକ୍ଷକ ଧୀରେନ୍ଦ୍ର ଓ ତାଙ୍କ ଘରେ ରହୁଥିବା ୩ ଝିଅଙ୍କଠାରୁ ପୋଲିସ ବୟାନ ସଂଗ୍ରହ କରିଛି। ଥାନାରେ ଏ ନେଇ ୩/୨୦ ଓ ୪/୨୦ ନଂ.ରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ଧୀରେନ୍ଦ୍ରଙ୍କୁ ଗିରଫ କରିଥିବା ବେଳେ ୩ ଝିଅଙ୍କୁ ସ୍ବଧାର ଗୃହକୁ ପଠାଇଥିବା ଜଣାପଡ଼ିଛି।

Share