ଛାତ୍ରୀଛାତ୍ରଙ୍କୁ ଏକାଥରକେ ମିଳିବ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ: ଗଶଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଏକାଥରକେ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ସାମଗ୍ରୀ ଦିଆଯିବ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏହା ଦିଆଯିବ। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଏହାକୁ ସଂଗ୍ରହ କରିବେ। ପ୍ରଧାନଶିକ୍ଷକ ରିଟେଲ କେନ୍ଦ୍ର ସ୍ଥିର କରି ଅଭିଭାବକମାନଙ୍କୁ ଟୋକନ୍‌ ଦେବେ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ୩ କେଜି ଚାଉଳ ପାଇବେ। ସେହିଭଳି ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାଙ୍କୁ ସାଢ଼େ ୪ କିଲୋଗ୍ରାମ ଚାଉଳ ମିଳିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Share