Categories: ଜାତୀୟ

ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢ଼ାଇଲେ ଥମିବ ବଳାତ୍କାର: ମହାରାଷ୍ଟ୍ର ରାଜ୍ୟପାଳ

ନାଗପୁର,୨୦।୧୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇଲେ ବଳାତ୍କାର ଥମିଯିବ ବୋଲି ସେ କହିଛନ୍ତି। ନାଗପୁର ବିଶ୍ୱବିଦ୍ୟାଳୟରେ ଜମନଲାଲ ବଜାଜ ପ୍ରଶାସନିକ ଭବନ ଉଦ୍‌ଘାଟନ ଅବସରରେ ସେ ଏହା କହିଛନ୍ତି। ଦେଶରେ ପ୍ରତିଦିନ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଯଦି ପିଲାମାନେ ସଂସ୍କୃତ ଶ୍ଳୋକ ପଢିବେ ତେବେ ଏଭଳି ଘଟଣାକୁ ରୋକାଯାଇ ପାରିବ। ଏହି ଅବସରରେ ରାଜ୍ୟପାଳ ଭଲ ଏବଂ ମନ୍ଦ ମଧ୍ୟରେ ପାର୍ଥକ୍ୟ ବୁଝାଇଥିଲେ। ଦିନଥିଲା ଘରେ କନ୍ୟା ପୂଜା କରାଯାଉଥିଲା। କିନ୍ତୁ ଏବେ ବଳାତ୍କାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜିକାଲି ଜ୍ଞାନ, ଶକ୍ତି ଏବଂ ଟଙ୍କାର ଦୁରୁପଯୋଗ କରାଯାଉଛି। ଶକ୍ତି ଏବଂ ସାମର୍ଥ୍ୟର ସଦୁପଯୋଗ କରାଯିବା ଉଚିତ୍‌। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇବା ନିହାତି ଆବଶ୍ୟକ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

Share