Categories: ଜାତୀୟ

ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ସାହସ ମୋଦିଙ୍କର ନାହିଁ: ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଗରେ ଛିଡ଼ା ହେବାର ମୋଦିଙ୍କ ସାହସ ନାହଁି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଉଛି, ସେ ବିନା ସୁରକ୍ଷାରେ ବିଶ୍ୱବିଦ୍ୟାଳୟ ଆସି ଛାତ୍ରୀଛାତ୍ରଙ୍କୁ ଭେଟି ଦେଖାନ୍ତୁ ବୋଲି ରାହୁଲ କହିଛନ୍ତି। ସୋମବାର ଅନୁଷ୍ଠିତ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଡକାଯାଇଥିବା ଏକ ବୈଠକରେ ଯୋଗଦେଇ ରାହୁଲ କହିଛନ୍ତି, ଯୁବଗୋଷ୍ଠୀଙ୍କ କଣ୍ଠରୋଧ କରିବା ଉଚିତ ନୁହେଁ। ଦେଶରେ ଯୁବଗୋଷ୍ଠୀ ଏବଂ କୃଷକଙ୍କ ଅଭିମାନ ବଢ଼ିବାରେ ଲାଗିଛି। କିନ୍ତୁ ସେମାନଙ୍କ ସହ ସରକାର ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କ ଧ୍ୟାନ ହଟାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ନେତୃତ୍ୱରେ ପ୍ରାୟ ୨୦ଟି ଦଳ ବୈଠକ କରି ସିଏଏ ବିରୋଧରେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଉପରେ ମଧ୍ୟ ଆଲୋଚନା ହୋଇଛି।

Share