ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ଦ୍ୱାଦଶ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ଉଚ୍ଚ ଶିକ୍ଷା ସବୁ ପିଲାଙ୍କର ଅଧିକାର। ତେଣୁ ସରାକାର ଏମାନଙ୍କୁ ସହାୟତା ଯୋଗାଇ ଦେବେ। ଏହାସହ ଖୁବ୍ଶୀଘ୍ର ନିଟ୍ ଓ ଜେଇଇ ଛାତ୍ରୀଛାତ୍ରଙ୍କ ପାଇଁ ସରକାର କୋଚିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିବାକୁ ଯାଉଥିବା ପ୍ରକାଶ କରିଛନ୍ତି ସିସୋଦିଆ। ଏହାପରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାମାନଙ୍କର ସ୍କଲାରସିପ୍ ବୃଦ୍ଧି କରାଯିବା ସହ ପରିବାର ଆୟର ନିୟମକୁ ମଧ୍ୟ ଉଠାଇ ଦିଆଯାଇଛି।