Categories: ଜାତୀୟ

ଛାତ୍ରୀଛାତ୍ରଙ୍କ ଶ୍ରେଷ୍ଠ ସହର ବେଙ୍ଗାଲୁରୁ

ଲଣ୍ଡନ, ୧ା୮(ପି.ଟି.): ଲଣ୍ଡନ କ୍ରମାଗତ ଭାବେ ଛାତ୍ରୀଛାତ୍ରଙ୍କ ଲାଗି ଦ୍ୱିତୀୟ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ସହର ହେବାର ମାନ୍ୟତା ଲାଭ କରିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଟୋକିଓ ଓ ତୃତୀୟରେ ମେଲ୍‌ବର୍ଣ୍ଣ ସ୍ଥାନ ପାଇଛି। ଭାରତରେ ବେଙ୍ଗାଲୁରୁ ଛାତ୍ରଙ୍କ ଲାଗି ଶ୍ରେଷ୍ଠ ସହର ଭାବେ ସ୍ଥାନ ପାଇଥିବାବେଳେ ଗ୍ଲୋବାଲ ର଼୍ୟାଙ୍କ୍‌ରେ ଏହା ୮୧ତମ ସ୍ଥାନରେ ରହିଛି। ଏହାଛଡ଼ା ଅନ୍ୟ ପ୍ରମୁଖ ଭାରତୀୟ ସହର ମଧ୍ୟରେ ମୁମ୍ବାଇ ୮୫, ଦିଲ୍ଲୀ ୧୧୩ ଓ ଚେନ୍ନାଇ ୧୧୫ତମ ସ୍ଥାନରେ ରହିଛନ୍ତି। ବୁଧବାର ଏନେଇ ଗ୍ଲେବାଲ ର଼୍ୟାଙ୍କିରେ ବିଶ୍ୱର ୧୨୦ ସହରର କ୍ରମାଙ୍କ ପ୍ରକାଶ ପାଇଛି। ୟୁରୋପରେ ଜର୍ମାନ୍‌ର ମୁନିଚ୍‌ ସହର ୪ର୍ଥ ସ୍ଥାନରେ ରହିଥିବାବେଳେ ବର୍ଲିନ୍‌ ୫ମ, ପ୍ୟାରିସ୍‌ ୬ଷ୍ଠ, ସ୍ବୀଜରଲ୍ୟାଣ୍ଡ୍‌ର ଜୁରିଚ୍‌ ୮ମ ସ୍ଥାନରେ ଅଛନ୍ତି। ବିଶ୍ୱବିଦ୍ୟାଳୟ ସ୍ଥିତି, ସହରରେ ଲୋକଙ୍କ ତୁଳନାରେ ଛାତ୍ରଙ୍କ ସଂଖ୍ୟା ଓ ସ୍ଥିତି, ଜୀବନ ଶୈଳୀ, ପାଠପଢ଼ା ପରେ କର୍ମସଂସ୍ଥାନ ସୁଯୋଗ ଆଦିକୁ ନେଇ ସର୍ଭେ କରାଯାଇଥିଲା।

Share