ଛାତ୍ରୀନିବାସର ୯ ଅନ୍ତେବାସୀ ଅସୁସ୍ଥ

କପ୍ତିପଦା,୭ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶାଳଚୁଆ ଉଚ୍ଚବିଦ୍ୟାଳୟର ୯ ଅନ୍ତେବାସିନୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗୁରୁବାର ଏହି ଛାତ୍ରୀମାନେ ଝାଡ଼ାରେ ଆକ୍ରାନ୍ତ ହୋଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଶାଳଚୁଆ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ଝାଡ଼ା ନ କମିବାରୁ ଶୁକ୍ରବାର କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍‌ ବିଦ୍ୟାଳୟକୁ ଯାଇ ଅସୁସ୍ଥ ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୂଷିତ ଖାଦ୍ୟ କିମ୍ବା ପାଣି ଯୋଗୁ ଛାତ୍ରୀମାନେ ଝାଡ଼ାରେ ଆକ୍ରାନ୍ତ ହୋଇ ପଡ଼ିଥିବା ଚିକିତ୍ସା କରୁଥିବା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଦିପ୍ତୀ ଶେଖର ଧଡ଼ା କହିଛନ୍ତି।