ଛାତ୍ରୀ ଅପହରଣ ଘଟଣା: ବ୍ୟବହୃତ କାର ଜବତ, ୩ ଅଟକ

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ନିକଟ ଦେଓଗାଁ ପଡିଆରୁ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ୪ ଦୁର୍ବୃତ୍ତ ଏକ ଧଳା ହୁଣ୍ଡାଇ ଏକ୍ସ ଟେଣ୍ଟ କାରରେ ଅପହର କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ତୁରୁମୁଙ୍ଗା ଓ ଘଟଗାଁ ପୋଲିସ ମିଳିତଭାବେ ଚଢ଼ାଉକରି କପାସପଡା ନିକଟରୁ ଅପହରଣରେ ବ୍ୟବହୃତ କାରକୁ ଜବତ କରିଛି। ଏଥିସହ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅପହରଣ ହୋଇଥିବା ଯୁବତୀ ଓ ଜଣେ ଯୁବକ ଫେରାର ଅଛନ୍ତି।
ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ୧୮ ବର୍ଷୀୟା କଲେଜ ଛାତ୍ରୀଙ୍କୁ ୪ ଦୁର୍ବୃତ୍ତ ଏକ ଧଳା ହୁଣ୍ଡାଇ ଏକ୍ସ ଟେଣ୍ଟ କାରରେ ଅପହରଣକରି ନେଇଥିଲେ। ଏ ନେଇ ତୁରୁମୁଙ୍ଗା ଥାନାରେ ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବରେନ୍ଦ୍ର ଶିଆଲ କେସ୍‌ ନଂ. ୧୭/ ୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଅଧିକ ତଦନ୍ତ ଓ ଛାତ୍ରୀ ଉଦ୍ଧାର ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ। ଦିନ ଦ୍ୱିପ୍ରହରରେ ଏଭଳି ଘଟିବା ଘଟିବା ଜିଲା ତଥା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରୀ ଜଣଙ୍କ ଯୁକ୍ତ ୩ କଳାର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ।