Advertisement

ଛାତ୍ରୀ ଆତ୍ମହତ୍ୟା ଘଟଣା: ଓଏଚ୍‌ଆର୍‌ସି ନିକଟରେ ଫେରାଦ ହେବ ରାଷ୍ଟ୍ରୀୟ ପରିଷଦ

ଭଦ୍ରକ ଅଫିସ, ୯।୨- ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ପକ୍ଷରୁ ଶୁକ୍ରବାର ରାତିରୁ ତଦନ୍ତ ଆରମ୍ଭ ହୋଇଥିଲେ ହେଁ ପୋଲିସ ନିଜ ଆଡୁ କାହିଁକି ଚୁପ୍‌ ରହିଥିଲା ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଛି। ଏହି ଘଟଣାରେ ଓଡ଼ିଶା ମାନବାଧିକାର ଆୟୋଗ(ଓଏଚ୍‌ଆର୍‌ସି) ନିକଟରେ ଫେରାଦ ହେବ ବୋଲି ଶନିବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣାକୁ ୨୦ ଦିନ ବିତିଲାଣି କିନ୍ତୁ ତଦନ୍ତ ଏବେ ବି କେବଳ କଥାରେ ରହିଯାଇଛି। ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶ ପରେ ପୋଲିସ ପକ୍ଷରୁ ଶୁକ୍ରବାର ଉପର ଠାଉରିଆ ତଦନ୍ତ କରାଯାଇଥିବା ଖବରଦାତା ସମ୍ମିଳନୀରେ ରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ନେଇ ପରିଷଦ ପକ୍ଷରୁ ଓଡ଼ିଶା ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ ସମ୍ପାଦକ କ୍ଷୀତିଶ ସାମନ୍ତ ବେହେରା ଓ ସାଧାରଣ ସମ୍ପାଦକ ସନ୍ତୋଷ ଦାସଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ବହୁ ମହିଳା ସାମାଜିକ ସଙ୍ଗଠନ ମଧ୍ୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share